ଟିମ୍ ଇଣ୍ଡିଆ ପରେ ଏବେ IPL 2023ରେ ହିଁ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ନିଜ ଦଳ ପାଇଁ ପାଲଟିଲେ ସବୁଠୁ ବଡ଼ ବୋଝ
Advertisement
trendingNow11648813

ଟିମ୍ ଇଣ୍ଡିଆ ପରେ ଏବେ IPL 2023ରେ ହିଁ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ନିଜ ଦଳ ପାଇଁ ପାଲଟିଲେ ସବୁଠୁ ବଡ଼ ବୋଝ

IPL 2023 DC vs MI: ଭାରତୀୟ କ୍ରିକେଟ ଦଳ (Indian Cricket Team) ର ଏହି ଖେଳାଳି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ୨୦୨୩ରେ ଖରାପ ପ୍ରଦର୍ଶନ କରି ନିଜ ପାଦରେ ହିଁ କୁରାଢ଼ୀ ମାରିଛନ୍ତି । ଟିମ୍ ଇଣ୍ଡିଆରୁ (Team India) ରୁ ବାଦ୍ ପଡ଼ିବା ପରେ ଏବେ ଏହି ଖେଳାଳିଙ୍କ ଆଇପିଏଲ୍ କ୍ୟାରିୟର ଶେଷ ହୋଇଯାଇଛି କହିଲେ ଅତୁକ୍ତ ହେବ ନାହିଁ । ଏହି ଖେଳାଳିଙ୍କୁ ସୁଯୋଗ ଦେଇ ଦିଲ୍ଲୀ କ୍ୟାପିଟାଲ୍ସ ଏକ ବଡ଼ ଭୁଲ କରିଛି । 

ଟିମ୍ ଇଣ୍ଡିଆ ପରେ ଏବେ IPL 2023ରେ ହିଁ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ନିଜ ଦଳ ପାଇଁ ପାଲଟିଲେ ସବୁଠୁ ବଡ଼ ବୋଝ

IPL 2023 DC vs MI: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୩ (IPL 2023) ରେ ଜଣେ ଭାରତୀୟ ଖେଳାଳିଙ୍କ କ୍ୟାରିୟର ପ୍ରାୟ ଶେଷ ହୋଇସାରିଛି । ଏହି ଖେଳାଳି ଆଇପିଏଲ ୨୦୨୩ (IPL 2023) ରେ ସୁପର ଫ୍ଲପ୍ ବୋଲି ପ୍ରମାଣିତ ହୋଇଛି । ଅନେକ ସୁଯୋଗ ପାଇବା ପରେ ମଧ୍ୟ ଏହି ଖେଳାଳି ନିଜର ଅତୀତର ଭୁଲରୁ ଶିକ୍ଷା ଗ୍ରହଣ କରୁନାହାଁନ୍ତି । ଟିମ୍ ଇଣ୍ଡିଆ (Team India) ର ଏହି କ୍ରିକେଟର ଆଇପିଏଲ ୨୦୨୩ରେ ଖରାପ ପ୍ରଦର୍ଶନ କରି ନିଜ ପାଦରେ ହିଁ କୁରାଢ଼ୀ ମାରିଛନ୍ତି । ଭାରତୀୟ ଦଳ (Indian Cricket Team) ରୁ ବାହାର ହେବା ପରେ ବର୍ତ୍ତମାନ ଏହି ଖେଳାଳିଙ୍କ ଆଇପିଏଲ୍ କ୍ୟାରିୟର ଶେଷ ହୋଇଯାଇଛି । ଏହି ଖେଳାଳିଙ୍କୁ ସୁଯୋଗ ଦେଇ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଏକ ବଡ଼ ଭୁଲ କରିଛି । ଏଭଳି ପରିସ୍ଥିତିରେ କୌଣସି ଦଳ ଏହି ଖେଳାଳିଙ୍କୁ ଆସନ୍ତା ବର୍ଷ ଆଇପିଏଲ୍ ନିଲାମରେ ଗୁରୁତ୍ୱ ଦେବାକୁ ଚାହିଁବେ ନାହିଁ ।

ଏଠାରେ କହି ରଖୁଛୁ ଯେ, ପୀୟୁଷ ଚାୱଲା (Piyush Chawla) ଓ ଜେସନ ବେହେରେଣ୍ଡୋରଫ (Jason Behrendorff) ଙ୍କ ଚମତ୍କାର ବୋଲିଂ ପରେ ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କ ଅର୍ଦ୍ଧଶତକ ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ଟି ୱିକେଟରେ ପରାସ୍ତ କରିବାରେ ସାହାଯ୍ୟ କରିଥିଲା (Mumbai Indians vs Delhi Capitals) । ଏହା ଆୟୋଜକ ଦଳ (Delhi Capitals) ର ଚାରି ମ୍ୟାଚରେ ଚତୁର୍ଥ ପରାଜୟ ଥିଲା । ଦିଲ୍ଲୀର ୧୭୩ ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଓପନର ରୋହିତ ଶର୍ମା  (Rohit Sharma) (୪୫ ବଲରେ ୬୫ ରନ୍) ଙ୍କ ଦମଦାର୍ ଅର୍ଦ୍ଧଶତକ ଯୋଗୁଁ ୪ ୱିକେଟ୍ ହରାଇ ୧୭୩ ରନ୍ ସ୍କୋର କରି ସିଜିନର ପ୍ରଥମ ବିଜୟ ହାସଲ କରିଛି । 

ଟିମ୍ ଇଣ୍ଡିଆ (Team India) ର ଫ୍ଲପ୍ କ୍ରିକେଟର ମନୀଷ ପାଣ୍ଡେ (Manish Pandey) ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଦ୍ୱାରା ଆଇପିଏଲ୍ ୨୦୨୩ (IPL 2023) ରେ ଖେଳିବାର କ୍ରମାଗତ ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା । କିନ୍ତୁ ଏହି ଖେଳାଳି ନିଜ ଗୋଡରେ କୁରାଢ଼ୀ ମାରିଛନ୍ତି । ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ ମ୍ୟାଚ (Mumbai Indians vs Delhi Capitals) ରେ ମନୀଷ ପାଣ୍ଡେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୩ ନମ୍ବରରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା । ମାତ୍ର ୨୬ ରନ୍ ସ୍କୋର କରିବା ପରେ ମନୀଷ ପାଣ୍ଡେ ଆଉଟ ହୋଇଯାଇଥିଲେ । ଏହାପୂର୍ବରୁ ଏପ୍ରିଲ ୮, ଶନିବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ମନୀଷ ପାଣ୍ଡେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୩ ନମ୍ବରରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । କିନ୍ତୁ ସେ ଶୂନ ସ୍କୋରରେ ଆଉଟ୍ ହୋଇଥିଲେ । ପ୍ରଥମ ବଲରେ ଖାତା ନ ଖୋଲି ମନୀଷ ପାଣ୍ଡେ ଫେରି ଆସିଥିଲେ ।

fallback

ମନୀଷ ପାଣ୍ଡେ  (Manish Pandey) ବହୁତ ଖରାପ ଫର୍ମରେ ଚାଲିଛନ୍ତି । ମନୀଷ ପାଣ୍ଡେ  (Manish Pandey) ଙ୍କୁ ଅନେକ ସୁଯୋଗ ଦିଆଯାଇଛି । କିନ୍ତୁ ସେ ପ୍ରତ୍ୟେକ ଥର ଫ୍ଲପ୍ ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ଚୟନକର୍ତ୍ତାମାନେ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରୁ ମନୀଷ ପାଣ୍ଡେ  (Manish Pandey) ଙ୍କୁ ବାହାର କରିସାରିଛନ୍ତି । ବର୍ତ୍ତମାନ ସେ ଚିରଦିନ ପାଇଁ ଆଇପିଏଲରୁ ବାହାର ରହିପାରନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ମନୀଷ ପାଣ୍ଡେଙ୍କୁ ଆଇପିଏଲ ୨୦୨୩ରେ ୨.୪୦ କୋଟିରେ କିଣି ଏକ ବଡ଼ ଭୁଲ କରିଛି । ତାଙ୍କ ଦଳରେ ମନୀଷ ପାଣ୍ଡେ (Manish Pandey) ଙ୍କୁ ଅନ୍ତର୍ଭୁକ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏକ ବଡ଼ ବିପଦ ବୋଲି ପ୍ରମାଣିତ ହୋଇଛି । ଦିଲ୍ଲୀ  କ୍ୟାପିଟାଲ୍ସ ଦଳ ମନୀଷ ପାଣ୍ଡେଙ୍କ ମୂଲ୍ୟରେ ଆହୁରି ଭଲ ଖେଳାଳି କିଣି ପାରିଥାନ୍ତେ । କିନ୍ତୁ ଏହା ଏକ ବଡ ଭୁଲ ହୋଇଗଲା । ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷର ୨୦୨୪ ଆଇପିଏଲ୍ ନିଲାମରେ କୌଣସି ଦଳ ମନୀଷ ପାଣ୍ଡେ  (Manish Pandey) ଙ୍କୁ ମଧ୍ୟ ମୂଲ୍ୟ ଦେବାକୁ ଚାହିଁବେ ନାହିଁ ।

ଏହାପୂର୍ବରୁ ମନୀଷ ପାଣ୍ଡେ  (Manish Pandey) ୨୦୨୨ ମସିହାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ୨୦୨୧ ମସିହାରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ୍ (IPL) ଖେଳିଥିଲେ । କିନ୍ତୁ ଖରାପ ପ୍ରଦର୍ଶନ ଯୋଗୁଁ ଏହି ଦଳମାନେ ମନୀଷ ପାଣ୍ଡେ  (Manish Pandey)  ଙ୍କୁ ବାହାରର ବାଟ ଦେଖାଇଥିଲେ । ମନୀଷ ପାଣ୍ଡେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ (Team India) ପାଇଁ ୩୯ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୪.୩୧ ଏଭେରେଜରେ ୭୦୯ ରନ୍ କରିଛନ୍ତି । ଏହି ସମୟରେ ମନୀଷ ପାଣ୍ଡେ ଙ୍କର  (Manish Pandey) ଷ୍ଟ୍ରାଇକ୍ ରେଟ୍ ୧୨୬.୧୫ ରହିଛି । ମନୀଷ ପାଣ୍ଡେ  (Manish Pandey)  କେବେବି ନିଜ ଖେଳରେ ସ୍ଥିରତା ଦେଖାଇ ନାହାଁନ୍ତି । ଏହି କାରଣରୁ ମନୀଷ ପାଣ୍ଡେ  (Manish Pandey)  ଟିମ୍ ଇଣ୍ଡିଆ (Indian Cricket Team) ରୁ ବାହାର ଓ ଭିତର ହୋଇଆସୁଛନ୍ତି । ଏବେ ଲାଗୁନାହିଁ ଯେ ମନୀଷ ପାଣ୍ଡେ  (Manish Pandey)  ଭାରତୀୟ ଦଳକୁ କେବେ ଫେରିପାରିବେ । ଏହି ଖେଳାଳି  (Manish Pandey)  ଙ୍କୁ  ଦିନେ  ଟିମ୍ ଇଣ୍ଡିଆ (Team India) ର ଭବିଷ୍ୟତ ଭାବରେ ମନେ କରାଯାଉଥିଲା, କିନ୍ତୁ ତାଙ୍କ  (Manish Pandey)  ବ୍ୟାଟ୍ ପ୍ରାୟତଃ ଶାନ୍ତ ରହିଛି  ​।

ଅଧିକ ପଢ଼ନ୍ତୁ-DAକୁ ନେଇ ଆସିଲା ବଡ଼ ଖୁସି ଖବର: ଏହି ଦିନ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା! କେନ୍ଦ୍ର କର୍ମଚାରୀଙ୍କ ମୌଜ

ଅଧିକ ପଢ଼ନ୍ତୁ-BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି

ଅଧିକ ପଢ଼ନ୍ତୁ-ଆଗାମୀ ୫୮ ଦିନ ଯାଏ ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିଙ୍କ ଭାଗ୍ୟ, ଟଙ୍କାରେ ଘର ଭରିଦେବେ 'ବୁଧ'!

ମନୀଷ ପାଣ୍ଡେ  (Manish Pandey)  ଟିମ୍ ଇଣ୍ଡିଆ (Team India) ପାଇଁ ଚମତ୍କାର ଡେବ୍ୟୁ କରିଥିଲେ । ମନୀଷ ପାଣ୍ଡେ  (Manish Pandey)  ୨୦୧୫ ମସିହାରେ ଜିମ୍ବାୱେ ବିପକ୍ଷରେ ୮୬ ବଲରେ ୭୧ ରନ୍ କରିଥିଲେ । ଏହା ପରେ ପରବର୍ତ୍ତୀ ବର୍ଷ ମନୀଷ ପାଣ୍ଡେ  (Manish Pandey)  ସିଡନୀରେ ୮୧ ବଲରେ ୧୦୪ ରନ୍ ସଂଗ୍ରହ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ । କିନ୍ତୁ ଏହା ପରେ ମନୀଷ ପାଣ୍ଡେ  (Manish Pandey)  କ୍ରମାଗତ ଭାବେ ଟିମ୍ ଇଣ୍ଡିଆ (Indian Cricket Team) ରୁ ବାହାର ଓ ଭିତର ଚାଲିଆସିଥିଲେ । ଆଘାତ ମଧ୍ୟ ମନୀଷ ପାଣ୍ଡେ  (Manish Pandey)  ଙ୍କ ଠାରୁ ଅନେକ ବଡ଼ ସୁଯୋଗ ଛଡ଼ାଇ ନେଇଥିଲା । ମନୀଷ ପାଣ୍ଡେ  (Manish Pandey)  ଏକ ଦମଦାର୍ ଆରମ୍ଭ କରି ନିଜ କ୍ୟାରିୟରକୁ ସଫଳତାର ଶିଖରରେ ପହଞ୍ଚାଇ ପାରିଲେ ନାହିଁ ।

Trending news